ଖୋର୍ଦ୍ଧାରେ ଏନକାଉଣ୍ଟର, ଧରାପଡ଼ିଲା କୁଖ୍ୟାତ ଅପରାଧୀ ଜାମଶେଦ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ରାମେଶ୍ୱର ଅଞ୍ଚଳରେ ଦୁର୍ଦାନ୍ତ ଅପରାଧୀକୁ ପୁଲିସ ଏନକାଉଣ୍ଟର କରିଥିବା ଜଣାଯାଇଛି । ଏଥିରେ ଅପରାଧୀ ଜାମଶେଦ ଖାନ ଆହତ ହୋଇଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଟାଙ୍ଗୀ ଏବଂ ନିରାକାରପୁର ପୁଲିସ ମିଳିତ ଭାବେ ଏହି ଏନକାଉଣ୍ଟର କରିଥିବାବେଳେ ଏଥିରେ ୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସର କହିବାନୁଯାୟୀ ଅପରାଧୀଙ୍କ ସମ୍ପର୍କରେ ଖବର ପାଇ ପୁଲିସ ଟିମ ଚଢ଼ଉ କରିଥିଲା। ଏହି ସମୟରେ ଅପରାଧୀମାନେ ପ୍ରଥମେ ପୁଲିସ ଉପରକୁ ବୋମାମାଡ଼ କରିଥିଲେ। ଏଥିରେ ପୁଲିସ କର୍ମଚାରୀମାନେ ଆହତ ହୋଇଥିଲେ ଓ ପୁଲିସ ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା। ତେବେ ଏହି ଏନକାଉଣ୍ଟରରେ ଆହତ ଜାମଶେଦ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ସୂଚନା ମିଳିଛି ।