ନିସା କାରବାରର ହବ୍‌ ପାଲଟିଛି ଖୋର୍ଦ୍ଧା ଉପକାରାଗାର

ଖୋର୍ଦ୍ଧା,ଏନ୍ଏନ୍ଏସ୍: ବ୍ରାଉନସୁଗାର କାରବାରକୁ ନେଇଁ ଖୋର୍ଦ୍ଧା ଅଞ୍ଚଳ ସବୁବଳେ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ପୁଣି ଏହାର ପ୍ରମାଣ ଖୋର୍ଦ୍ଧା ଉପକାରାଗାର ଭିତରୁ ମିଳିଛି। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଖୋର୍ଦ୍ଧା ପୁଲିସ ଓ ଅବକାରୀ ବିଭାଗ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅପରାଧୀଙ୍କୁ ଖୋର୍ଦ୍ଧା ଜେଲ ଭିତରେ ରଖିଛି ସତ କିନ୍ତୁ ନିଶା କାରବାରରେ ରୋକ ଲଗାଇବାରେ ଅସମର୍ଥ ହୋଇଛି।

ଜେଲର କଡା ସୁରକ୍ଷା ଭିତରେ ଥାଇ ମଧ୍ୟ ଅପରାଧୀମାନେ କିପରି ଜେଲ ଭିତରେ ଅବାଧ ନିଶା କାରବାର କରିବା ସହ ନିଶା ସେବନ କରୁଛନ୍ତି। ତାହାର ଭିଡ଼ଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏ ନେଇ ଜିଲ୍ଲା ପ୍ରଶାସନ ଓ ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଯଦି ଜେଲ ଭିତରେ ଏମିତି ତାହାଲେ ବାହାରେ କେମିତି ଚାଲୁଛି ନିଶା କରବାର ତାହା ବେସ୍‌ ଅନୁମେୟ। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।