ଖୋର୍ଦ୍ଧାରେ ଖୋଲିବ କୋଭିଡ କେୟାର ସେଣ୍ଟର: ଏମଓୟୁ ସ୍ୱାକ୍ଷରିତ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଜାମୁଝରି ଠାରେ ୫୦୦ ଶଯ୍ୟା ଓ ଜଟଣୀରେ ତିନିଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲାଯିବ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଏବଂ ସମ ହସ୍ପିଟାଲର ସିଇଓଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି କୋଭିଡ କେୟାର ସେଣ୍ଟରରେ କୋଭିଡ ପଜିଟିଭ ରୋଗୀ ଓ ସାମାନ୍ୟ କରୋନା ଲକ୍ଷଣଯୁକ୍ତ ରୋଗୀମାନେ ଚିକିତ୍ସିତ ହେବେ ବୋଲି ବୁଝାମଣା ପତ୍ରରେ ସ୍ୱାକ୍ଷର ହୋଇଛି। ଏହି ଏମଓୟୁ ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ସମହସ୍ପିଟାଲ ସିଇଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ।