ଵିଶ୍ୱ ଏନଜିଓର ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ

ସମ୍ବଲପୁର,ଏନ୍ଏନ୍ଏସ୍: ଏକଦା ରାଜ୍ୟରେ ବେଶ ପ୍ରଭାବ ବିସ୍ତାର କରିଥିବା ବେସରକାରୀ ସ୍ବେଚ୍ଛାସେବୀ ସଂସ୍ଥା ଵିଶ୍ୱ ଏନଜିଓର ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ ଓ ତାଙ୍କ ପୁଅ ଦେବବ୍ରତଙ୍କୁ ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ଗତ ରାତି ଜଣେ ଅଧୀକାରୀଙ୍କ ନେତୃତ୍ୱରେ ୫ ଜଣିଆ ଦଳ ମଲ୍ଲିକ ବାପପୁଅଙ୍କୁ ତାଙ୍କ ସମ୍ବଲପୁର ସ୍ଥିତ ଦାନିପାଲି ବାସଭବନରୁ ଉଠାଇ ମୁମ୍ବାଇ ନେଇଛନ୍ତି ।

ମୁମ୍ବାଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ରୁଜୁ ହୋଇଥିବା ୪୫। ୨୦୧୨ ମାମଲାରେ ଏହି କାଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ମିଥ୍ୟା ଦସ୍ତାବେଜ ଦେଇ ବିପୁଳ ପରିମାଣରେ ଟଙ୍କା ୠଣ ନେଇ ପରିଶୋଧ କରି ନଥିବାରୁ ମୁମ୍ବାଇର ଏକ ବିତ୍ତିୟ ସଂସ୍ଥାର ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ ହୋଇ ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଏହି ଚଢାଉ ହୋଇଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ ବିଧାନସଭା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ବଡଭାଇ ଶ୍ରୀ ମଲ୍ଲିକ ଚିଠିଫଣ୍ଡ ମାମଲାରେ ୨୦୧୨ ରେ ଗିରଫ ହୋଇ ୨ ବର୍ଷ ପରେ ଜାମିନରେ ଖଲାସ ହୋଇଥିଲେ ।