କାଲି ହେବ କେଜିଏଫ୍-୨ର ଟିଜର ରିଲିଜ

ନୂଆଦିଲ୍ଲୀ,ଏଜେନ୍ସି: ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍ ଚାପ୍ଟର-୨’ ଚଳିତ ବର୍ଷ ପରଦାକୁ ଆସିବ। ଏନେଇ ଟିଜର ମଧ୍ୟ ପ୍ରସ୍ତୁତ ହୋଇଯାଇଛି। ତେବେ ଆସନ୍ତାକାଲି ଏହି ଫିଲ୍ମର ଟିଜର ରିଲିଜ ହେବାକୁ ଯାଉଛି।

ଦର୍ଶକ ବହୁଦିନ ଧରି ଏହି ଫିଲ୍ମକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି। ତେବେ ଏହି ଫିଲ୍ମରେ ୟଶଙ୍କ ସହ ବଲିଉଡ ତାରକା ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବେ। ଏନେଇ ୟଶ ତାଙ୍କ ଫ୍ୟାନଙ୍କୁ କହିଛନ୍ତି କି, ଏହି ଫିଲ୍ମ ପାଇଁ ଟିମ ବହୁତ ପରିଶ୍ରମ କରୁଛି। କେଜିଏଫ୍ ପ୍ରଥମ ଚାପ୍ଟରର ସଫଳତା ଆମକୁ ଫିଲ୍ମର ଦ୍ୱିତୀୟ ଚାପ୍ଟରରେ କାମ କରିବାକୁ ପ୍ରୋତ୍ସାହିତ କରିଛି। ତେଣୁ ଆମେ ଆଶା କରୁଛୁ କି ଏହି ଫିଲ୍ମଟି ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିବ।

ଏଥିସହିତ ଫିଲ୍ମର ଚାପ୍ଟର ୧ ୟଶ (ରକି)ଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ଦୁନିଆ ଉପରେ ଆଧାରିତ ଥିଲା। କିନ୍ତୁ ଚାପ୍ଟର ୨ରେ ତାଙ୍କର ଏକ ଭିନ୍ନ ଅବତାର ଦେଖିବାକୁ ମିଳିବ। ଯାହା ଦର୍ଶକ ପୂର୍ବ ଚାପ୍ଟରରେ ଦେଖିନଥିବେ।