- କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗାର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଆଇଏସ୍ଓ ମାନ୍ୟତା। ଏନଏସି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ୨୪ଘଣ୍ଟିଆ ରକ୍ଷଣାବେକ୍ଷଣ, ସ୍ୱଚ୍ଛତା ତଥା ନିରବଚ୍ଛିନ୍ନଭାବେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଣି ଯୋଗାଇ ଦିଆଯାଉଛି। ଏନେଇ କେବିକେ ଜିଲ୍ଲାର ପ୍ରଥମ ମାନ୍ୟତାଭାବେ କେସିଙ୍ଗା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଇଣ୍ଟରନାସନାଲ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ (ଆଇଏସଓ) ପକ୍ଷରୁ ପ୍ରମାଣପତ୍ର ମିଳିଥିବା ଜଣାପଡିଛି। କେବିକେ ଜିଲ୍ଲାର କେସିଙ୍ଗାକୁ ପ୍ରଥମ ଭାବରେ ଏହି ମାନ୍ୟତା ମିଳିଥିବାରୁ କେସିଙ୍ଗା ସହର ପାଇଁ ଏକ ଗର୍ବର ବିଷୟ ବୋଲି ମତପ୍ରକାଶ ପାଇଛି ।