କେରଳ ବିମାନ ଦୁର୍ଘଟଣା: ମୃତକଙ୍କ ସମେତ ସମସ୍ତ ଯାତ୍ରୀଙ୍କର ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: କେରଳ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଯାତ୍ରୀଙ୍କ କରୋନା ଟେଷ୍ଟ କରାଯିବ। କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ କହିଛନ୍ତି ଯେ, ଉକ୍ତ ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କର ବି କରୋନା ଟେଷ୍ଟ କରାଯିବ। କାରଣ ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ ବିମାନରେ ଥିବା ଜଣେ ଯାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

କେରଳ ମୁଖ୍ୟମନ୍ତ୍ରୀ ବିଜୟନ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ଦେବା ନେଇ ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ବିଜୟନ କହିିଛନ୍ତି।
ଅନ୍ୟପଟେ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗମ୍ଭୀର ଆହତଙ୍କୁ ୨ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ। ଶ୍ରୀ ପୁରୀ ଘଟଣା ପରର ସ୍ଥିତି ପରଖିବା ପାଇଁ କୋଝିକୋଡ଼ ଗସ୍ତ କରିଛନ୍ତି।