କେରଳ: ଏସଏଫଆଇ କର୍ମୀଙ୍କୁ ହତ୍ୟା, ୩ ଗିରଫ

ଥିରୁଅନନ୍ତପୁରମ,ଏଜେନ୍ସି: କେରଳର ଆଲାପୁଜା ଜିଲ୍ଲାରେ ଜଣେ ଏସଏଫଆଇ (ଷ୍ଟୁଡେଣ୍ଟସ ଫେଡେରେସନ ଅଫ୍ ଇଣ୍ଡିଆ) କର୍ମୀଙ୍କୁ ଛୁରିଭୁସି ହତ୍ୟା କରାଯାଇଥିବାବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏକ ମନ୍ଦିରରେ ଆୟୋଜିତ ହେବାକୁ ଥିବା ପୂଜାର୍ଚ୍ଚନାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହେବାଫଳରେ ଯୁବକର୍ମୀଙ୍କୁ ହତ୍ୟା କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।