କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ

ବର୍ଷା ଯୋଗୁଁ ପିପି ସେଣ୍ଟରରେ ପଶିଲା ଡ୍ରେନ ପାଣି

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ଟି ସଚିବ ଭି.କେ ପାଣ୍ଡିଆନ ସୋମବାର ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ପାଣ୍ଡିଆନ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ପରିଦର୍ଶନ କରୁଥିବାବେଳେ ହସ୍ପିଟାଲର ପିପି ସେଣ୍ଟରର ବାହାରେ ଓ ଭିତରେ ଡ୍ରେନ ପାଣି ପଶିଥିବା ଦେଖାଯାଇଛି। ଫଳରେ ପାଣି ଘେରରେ ମେଡ଼ିକାଲର କିଛି ଷ୍ଟାପ ଫଶି ରହିଛନ୍ତି।

ପିପି ସେଣ୍ଟରରେ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଉଥିବାରୁ ଏହି ଦୂଷିତ ପାଣିରେ ମା ଓ ଛୁଆ ରୋଗ ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଡାକ୍ତର କହିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଡ୍ରେନ ସଫା କରାଯାଉନଥିବାରୁ ମଇଳା ପାଣି ହସ୍ପିଟାଲରେ ପଶୁଥିବା ଡାକ୍ତର ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ କିଛିଦିନ ତଳେ ୫ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ମେଡ଼ିକାଲରେ କେତେକ ମରାମତି କାର୍ଯ୍ୟ କରାଯାଇଥିଲା ଯାହାକି ବର୍ଷାରେ ପାଣିମାଡ଼ିଯାଇଥିବା ଜଣାଯାଇଛି।