କେନ୍ଦୁଝର ସଦର ବ୍ଲକ୍‌ରେ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ

କେନ୍ଦୁଝର,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଶୁକ୍ରବାର ବ୍ଲକ୍‌ର କର୍ମଚାରୀମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ସୂଚନା ଅନୁଯାୟୀ କେନ୍ଦୁଝର ସଦର ବ୍ଲକ୍ ରାଇକଳା ପଞ୍ଚାୟତରେ ବୁଧବାର ଗ୍ରାମସଭା ଚାଲିଥିଲାବେଳେ ଆଲେଖାପଡ଼ାର ଜଣେ  ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀ ରଞ୍ଜିତ କୁମାର ମହାନ୍ତିଙ୍କୁ ମାଡ଼ ମାରିଥିବା ସଦର ଥାନାରେ ଅଭିଯୋଗ ହୋଇଛି ।

ଅପରପକ୍ଷରେ ସଂପୃକ୍ତ ମହିଳା ମଧ୍ୟ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅଶାଳୀନ ଆଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ସଦର ବ୍ଲକ୍‌ର କର୍ମଚାରୀମାନେ ମାଡ଼ ମାରିଥିବା ମହିଳାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିବା ସହ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ଅନ୍ୟପଟେ ମହିଳା ଜଣଙ୍କ ମଧ୍ୟ ନ୍ୟାୟ ପାଇଁ ନିବେଦନ କରିଛନ୍ତି।