କେନ୍ଦ୍ରାପଡ଼ା ମାର୍ଶାଘାଇରେ ଏନକାଉଣ୍ଟର, ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ାରେ ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ପୁଲିସ ଏନକାଉଣ୍ଟରରେ ୨୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ପ୍ରସାଦ ଜେନା ଓ ପ୍ରଭାତ ନାୟକ। ପ୍ରାଭାତଙ୍କ ଦୁଇଟି ଗୋଡରେ ଗୁଳି ବାଜିଥିବାବେଳେ ଅନନ୍ତର ଗୋଟିଏ ଗୋଡ଼ରେ ଗୁଳି ବାଜିଛି।

ଗତ ୧୮ ତାରିଖରେ ହାତିଆ ରାସ୍ତାରେ ଜଣେ ମେଡ଼ିସିନ ବ୍ୟବସାୟୀଙ୍କୁ ୧୧ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ସେହି ହତ୍ୟା କାଣ୍ଡରେ ଅନନ୍ତ ଓ ପ୍ରଭାତ ସାମିଲଥିଲେ। ମାର୍ଶାଘାଇ- ଅଙ୍ଗୁଲାଇ ରୋଡ଼ରେ ଉକ୍ତ ଅଭିଯୁକ୍ତମାନେ ଥିବା ପୁଲିସ ଖବରପାଇ ସେଠାରେ ପହଞ୍ଚିଥିଲା। ପରେ ପୁଲିସ ଓ ଦୁର୍ବୃତ୍ତମାନଙ୍କ ମଧ୍ୟରେ ଗୁଳି ଚାଳନା ହୋଇଥିଲା। ଏହି ଏନକାଉଣ୍ଟରରେ ଦୁଇ ଅପରାଧୀଙ୍କ ଗୋଡ଼ରେ ଗୁଳି ଲାଗିଥିଲା। ଏହି ପରିପ୍ରେକ୍ଷୀରେ ସୋମାନଙ୍କ ନିକଟରୁ ବନ୍ଧୁକ, ଏକ ପଲସର ଗାଡ଼ି ଓ ମୋବାଇଲ ଜବତ ହୋଇଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ନାମରେ ପୂର୍ବରୁ ଥାନାରେ ୧୫ରୁ ଅଧିକ ମାମଲା ରୁଜୁ ଥିବା ଜଣାପଡ଼ିଛି।