ଗୋଆ ଲାଗି କେଜ୍ରିୱାଲଙ୍କ ସ୍ୱତନ୍ତ୍ର ଘୋଷଣା 

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଆ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ଲାଗି ସ୍ୱତନ୍ତ୍ର ଘୋଷଣା କରିଛନ୍ତି। ଏହି କ୍ରମରେ  ଆମ ଆଦମୀ ପାର୍ଟି ଯଦି କ୍ଷମତାକୁ ଆସେ ୩୦୦ ୟୁନିଟ ବିଜୁଳି ମାଗଣାରେ ଦିଆଯିବ। ପ୍ରତି ଘରୁ ଅତି କମରେ ଜଣକୁ ଚାକିରି ପ୍ରଦାନ କରାଯିବ। ଏଥିସହିତ ବେରୋଜଗାର ଲୋକଙ୍କୁ ଚାକିରି ନ ମିଳିବା ପର୍ଯ୍ୟନ୍ତ ମାସିକ ୩ହଜାର ଟଙ୍କା ଭତ୍ତା ମିଳିବ। ୮୦ ପ୍ରତିଶତ ଚାକିରି ଗୋଆର ଯୁବପୀଢ଼ୀଙ୍କ ପାଇଁ ସଂରକ୍ଷିତ ରହିବ। ସ୍କୁଲ ଓ ୟୁନିଭର୍ସିଟି ନିର୍ମାଣ କରାଯିବ। ନେତାଙ୍କ ସହ ସମ୍ବନ୍ଧ ଥିଲେ ସରକାରୀ ଚାକିରି ମିଳିବାର ଯେଉଁ ଚିନ୍ତାଧାରା ରହିଛି ତାହା ପରିବର୍ତ୍ତନ କରାଯାଇ ଏଥିରେ ସୁଧାର ଅଣାଯିବ। ମାଇନିଙ୍ଗ ପରିବାରକୁ ମାସିକ ୫ ହଜାର ଟଙ୍କା ଦିଆଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କେଜ୍ରିୱାଲ ଗୋଆ ପୂର୍ବରୁ ଉତ୍ତରାଖଣ୍ଡ ଗସ୍ତ କରିଥିଲେ। ସେଠାରେ ମଧ୍ୟ ଏଭଳି କିଛି ଘୋଷଣା କରିଥିଲେ। ଉତ୍ତରାଖଣ୍ଡରେ ମଧ୍ୟ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।