ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ,ଏଜେନ୍ସି: ଗତକାଲି ଦିଲ୍ଲୀ ନିର୍ବାଚନର ଭୋଟ ଗଣତି ହୋଇଥିବା ବେଳେ ଆପ୍ ପାର୍ଟି ବିପୁଳ ପରିମାଣରେ ବିଜୟ ହାସଲ କରିଛି। ଏ ନେଇ ଦଳୀୟ ନେତା ଉତ୍ସବ ପାଳନ କରୁଥିବା ଦେଖାଯାଇଛି। ତେବେ ବହୁମତ ସହ ନିର୍ବଚନରେ ବିଜୟ ହେବା ପରେ ଆଜି ଏଲଜିଙ୍କୁ ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ୍‌ ଭେଟିବେ।

ଆସନ୍ତା ୧୬ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେଜ୍ରିଓ୍ୱାଲ ରାମଲୀଳା ମୈଦାନରେ ଏକ ଭବ୍ୟ ସମାରୋହରରେ ଶପଥ ଗ୍ରହଣ କରିବେ। ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।

ତେବେ ଲଗାତର ଭାବେ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିଓ୍ୱାଲ ଶପଥ ଗ୍ରହଣ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଏହା ପୂର୍ବରୁ କଂଗ୍ରେସର ଶିଲା ଦୀକ୍ଷିତ୍‌ ଲଗାତର ଭାବେ ତିନି ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ରେକର୍ଡ କରିଥିଲେ।