ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ହାଇଦ୍ରାବାଦରେ ଭେଟିଛନ୍ତି । କେଜ୍ରିୱାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଶିକ୍ଷାମନ୍ତ୍ରୀ ଆତିଶୀ ମଧ୍ୟ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ଟିମ୍ ରାଜଧାନୀ ଦିଲ୍ଲୀରେ ସେବା ନିୟନ୍ତ୍ରଣ ସମ୍ବନ୍ଧିତ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରିବା ପାଇଁ ଭାରତ ରାଷ୍ଟ୍ର ସମିତି (ବିଆରଏସ) ସମର୍ଥନ ପାଇଁ ସେଠାରେ ପହଞ୍ଚିଛନ୍ତି ।