ଦଶମ ଓ ଦ୍ୱାଦଶ ପରିକ୍ଷା ରଦ୍ଦ କରିବାକୁ କେନ୍ଦ୍ରକୁ ହାତ ଯୋଡ଼ିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶର ଅନ୍ୟ ରାଜ୍ୟ ଭଳି ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦଶମ ଓ ଦ୍ୱାଦଶ ବୋର୍ଡ ପରିକ୍ଷା ରଦ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ, ସିବିଏସଇ ପରିକ୍ଷାରେ ପାଖାପାଖି ୬ଲକ୍ଷ ଛାତ୍ରଛାତ୍ରୀ ପରିକ୍ଷା ଦେବେ। ପିଲାଙ୍କୁ ପାସ କରାଇବା ପାଇଁ ଅନ୍ୟ ବିକଳ୍ପ ବାହାରି ପାରିବ ସେଥିଲାଗି ମୁଁ ହାତ ଯୋଡ଼ି କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି କି ପରିକ୍ଷା ରଦ୍ଦ କରନ୍ତୁ। ଏଥିସହିତ ପରିକ୍ଷା ସମୟରେ ୧ଲକ୍ଷ ଅଧ୍ୟାପକ ସାମିଲ ହେବା ଯୋଗୁ ସଂକ୍ରମଣ ବ୍ୟାପିବାର ଆହୁର ଅଧିକ ସମ୍ଭାବନା ରହିଛି।