କ୍ୟାଟ୍ରିନାଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ସୋଶିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି। କ୍ୟାଟ୍ରିନା ଏବେ ହୋମ୍ କ୍ୱାରେଣ୍ଟାଇନ ଥିବାବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ନିୟମକୁ ପାଳନ କରୁଛନ୍ତି। ଏଥିସହିତ ଗତ କିଛିଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇବା ପାଇଁ କ୍ୟାଟ୍ରିନା ପରାମର୍ଶ ଦେଇଛନ୍ତି।