କେକେଆରର ଅଧିନାୟକ ପଦ ଛାଡ଼ିଲେ କାର୍ତ୍ତିକ

ନୂୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଟିମରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ବର୍ତ୍ତମାନର ଅଧିନାୟକ ଦୀନେଶ କାର୍ତ୍ତିକ ତାଙ୍କ ଅଧିନାୟକ ପଦ ଇୟୋନ ମର୍ଗୋନଙ୍କୁ ହସ୍ତାନ୍ତର କରିଛନ୍ତି। ବ୍ୟାଟିଂରେ ଅଧିକ ଧ୍ୟାନ ଦେବା ସହ ଟିମର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଦିନେଶ ଅଧିନାୟକ ପଦ ଛାଡ଼ିଥିବା ଦଳ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଦିନେଶ କାର୍ତ୍ତିକ ଆଇପିଏଲର ଚଳିତ ସଂସ୍କରଣରେ ମାତ୍ର ଥରୁଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ ଏବେସୁଦ୍ଧା ୭ଟିରୁ ୪ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି।