କାର୍ତ୍ତିକ ଆର୍ୟନ କରୋନାରେ ସଂକ୍ରମିତ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କାର୍ତ୍ତିକ ଆଜିକାଲି ଫିଲ୍ମ ‘ଭୁଲଭୁଲେୟା ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ କାର୍ତ୍ତିକଙ୍କ ବ୍ୟତୀତ କିଆରା ଆଡଭାନୀ ଓ ତବୁ ନଜର ଆସିବେ। ୨ ଦିନ ପୂର୍ବରୁ କାର୍ତ୍ତକ ଲେକ୍ଷମେ ଫ୍ୟାଶନ ୱିକରେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ସହ ରାମ୍ପ ୱାକ କରିଥିଲେ।