‘ଦୋସ୍ତାନା ୨’ରୁ କାର୍ତ୍ତକ ଆର୍ୟନଙ୍କୁ ବିଦା କଲେ କରନ ଜୋହର

ମୁମ୍ବାଇ: ‘ପ୍ୟାର କା ପଞ୍ଚନାମା’ ଫିଲ୍ମରୁ ପରିଚିତ ହୋଇଥିବା କାର୍ତ୍ତିକ ଆର୍ୟନ ଦୀର୍ଘଦିନର ସଂଘର୍ଷ ପରେ ବଲିଉଡରେ ନିଜ ଦବଦବା ଜାହିର କରିବାରେ ସଫଳ ହୋଇଥିଲେ। ଏଥିସହିତ କରନ ଜୋହରଙ୍କ ସହ ଫିଲ୍ମ କରିବାକୁ ଆଶା ରଖିଥିବା କାର୍ତ୍ତିକଙ୍କ ଏହି ସ୍ୱପ୍ନ ‘ଦୋସ୍ତାନା ୨’ ମାଧ୍ୟମରେ ପୂରଣ ହେବାକୁ ମଧ୍ୟ ଯାଉଥିଲା। କିନ୍ତୁୁ ଏବେ କରନ ଜୋହର ନିଜ ଫିଲ୍ମର ୁକାର୍ତ୍ତିକଙ୍କୁ ଅଲବିଦା କହି ଦେଇଛନ୍ତି।

ଧର୍ମା ପ୍ରଡୋକ୍ସନର ଜଣେ ସଦସ୍ୟଙ୍କ କହିବାନୁସାରେ, କାର୍ତ୍ତିକଙ୍କୁ ‘ଦୋସ୍ତାନା ୨’ରୁ କରନ ବାହାର କରି ଦେଇଛନ୍ତି। ଏଥିସହିତ ଭବିଷ୍ୟତରେ କେବେ ବି କାର୍ତ୍ତିକଙ୍କ ସହ କାମ କରିବେନି ବୋଲି କରନ ସ୍ଥିର କରିଛନ୍ତି। କାର୍ତ୍ତିକଙ୍କ ଅନଭିଜ୍ଞ ହାବଭାବ ଓ ସ୍କ୍ରିପ୍ଟରେ ପରିବର୍ତ୍ତନକୁ ନେଇ ପ୍ରଡକ୍ସୋନ ହାଉସ ଏପରି ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, କାର୍ତ୍ତିକ ଆର୍ୟନ, ଜାହ୍ନବୀ କପୁର ଓ ଡେବ୍ୟୁଟାଣ୍ଟ ଲକ୍ଷ ଲାଲବାନୀ ଅଭିନୀତ ‘ଦୋସ୍ତାନା ୨’ ମାତ୍ର ୨୦ ଦିନ ସୁଟିଂ ହୋଇଛି। ଗତବର୍ଷ କରୋନା ଯୋଗୁ ଫିଲ୍ମର ସୁଟିଂ ହୋଇପାରି ନଥିବାବେଳେ ଆଉ ଅଳ୍ପଦିନ ମଧ୍ୟରେ ଦ୍ୱିତୀୟ ସେଡ୍ୟୁଲ ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି।