କର୍ତ୍ତାରପୁର କରିଡ଼ର ପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ

ହରିଆଣା,ଏଜେନ୍ସି: କର୍ତ୍ତାରପୁର କରିଡର ପାଇଁ ରବିବାର ଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତୀର୍ଥଯାତ୍ରୀଙ୍କ ପାଇଁ ପାସପୋର୍ଟ ବାଧ୍ୟତାମୂଳକ ଥିବାବେଳେ ଭିସା ଆବଶ୍ୟକ ନୁହେଁ ବୋଲି କୁହାଯାଇଛି। ତେବେ ଅନଲାଇନ ରେଜିଷ୍ଟ୍ରେସନ ମାଧ୍ୟମରେ ଜଣେ ଚାହିଁଲେ କର୍ତ୍ତାରପୁର ଯାଇ ପାରିବେ। ତେବେ ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଫର୍ମ ଜାରି ହୋଇଛି। ସୂଚନା ଅନୁଯାୟୀ କର୍ତ୍ତାରପୁର ସାହିବ ଗୁରୁଦ୍ୱାର ପାକିସ୍ତାନର ପଞ୍ଜାବ ପ୍ରାନ୍ତର ନରୋବାଲ ଜିଲ୍ଲାରେ ରହିଛି। ଏଠାରେ ଗୁରୁ ନାନକ ଦେବ ନିଜ ଜୀବନର ୧୮ବର୍ଷ କାଟିଥିଲେ। ପାକିସ୍ତାନରେ ଗୁରୁନାନକଙ୍କ ସାଧନାପୀଠ କର୍ତ୍ତାରପୁର ସାହିବରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପାକିସ୍ତାନ ପ୍ରବେଶ ଶୁଳ୍କ ଲାଗୁ କରିଛି।

ଏହି ପରିପ୍ରେକ୍ଷୀରେ କର୍ତ୍ତାରପୁର ସାହିବ ଗୁରୁଦ୍ୱାରାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ୧୪୦୦ଟଙ୍କା ଓ ୧୦୦ଗ୍ରାମ୍‌ ପ୍ରସାଦ ପାଇଁ ୧୫୧ ଟଙ୍କା ଦେବାକୁ ହେବ । ଭାରତ ସରକାରଙ୍କ ପକ୍ଷରୁ ଏତେ ଅଧିକ ଶୁଳ୍କ ଲାଗୁ ନ କରିବା ନେଇ ଅନେକ ଥର ଅନୁରୋଧ କରାଯାଇ ସାରିଥିବା ବେଳେ ପାକିସ୍ତାନ ଏହାକୁ ଅଣଦେଖା କରି ଆସିଛି । କର୍ତ୍ତାରପୁର କରିଡର ଚୁକ୍ତି ଅନୁଯାୟୀ, ପ୍ରତିଦିନ ୫,୦୦୦ଶ୍ରଦ୍ଧାଳୁ ପାକିସ୍ତାନରେ ପ୍ରବେଶ କରି କର୍ତ୍ତାରପୁର ସାହେବଙ୍କୁ ଦର୍ଶନ କରି ପାରିବେ । ଯଦି ଜଣଙ୍କ ପିଛା ୧୪୦୦ଟଙ୍କା ନିଆଯାଉଛି, ତେବେ ଗୋଟେ ଦିନରେ ପାକିସ୍ତାନ ୭୧ଲକ୍ଷ ଟଙ୍କା ଆଦାୟ କରିବ ଏବଂ ପ୍ରତି ମାସରେ ୨୧କୋଟି ଟଙ୍କା ଆଦାୟ କରିବ ।