ପୁରୀ,ଏନ୍ଏନ୍ଏସ୍ : ପୁରୀର ଜଣେ ବିଦେଶୀ ନାବାଳିକାଙ୍କୁ କରୋନା ସନ୍ଦେହରେ ଶନିବାର ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି କରିବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ନାବାଳିକା ଜଣଙ୍କ ଡ଼ାକ୍ତରଖାନାରୁ କେଉଁଆଡ଼େ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ପୁରୀରେ ଜଣେ ୟୁରୋପର ଲିଥୁଆନିଆର ନାବାଳିକା ଦୀର୍ଘ ୩ ସପ୍ତାହ ଧରି ଥଣ୍ଡା କାଶରେ ପୀଡିତ ହୋଇଥିଲେ । ଆଜି ପ୍ରଥମେ ତାଙ୍କ ପରିବାର ସହ ଏକ ବେସରକାରୀ ହସ୍ପିଟାଲ ଚିକିତ୍ସିତ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ସେହି ହସ୍ପିଟାଲ ପୁରୀ ବଡ ଡାକ୍ତରଖାନାକୁ ପଠାଯାଇଥିଲା । ପରେ ପୁରୀ ସଦର ଚିକିତ୍ସାଳୟରେ କରୋନା ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଥିଲ ।