କର୍ଣ୍ଣାଟକର ଜଣେ ବ୍ୟବସାୟୀଙ୍କ ଘରେ ନଜର ଆସିଲେ ତାଙ୍କ ମୃତ ପତ୍ନୀ

ନୂଆଦିଲ୍ଲୀ: କର୍ଣ୍ଣାଟକର କପ୍ପଲ ସହରର ଜଣେ ବ୍ୟବସାୟୀ ଶ୍ରୀନିବାସ ମୂର୍ତ୍ତୀ ଏମିତି କିଛି କରିଛନ୍ତି ଯାହାକି ସମସ୍ତଙ୍କୁ ଆଚମ୍ବିତ କରିଛି। ଶ୍ରୀନିବାସ ୩ ବର୍ଷ ପୂର୍ବରୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଙ୍କ ପତ୍ନୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛିି କି, ପତ୍ନୀଙ୍କ ମୃତ୍ୟୁବେଳକୁ ତାଙ୍କ ଘର ନିର୍ମାଣ କାର୍ଯ୍ୟ ଚାଲିଥିଲା। ଘରର ଡିଜାଇନ ସହ ସବୁକିଛି ପତ୍ନୀ ହିଁ ସ୍ଥିର କରିଥିଲେ ଓ ନିଜେ ମଧ୍ୟ ସେସବୁର ଦେଖାଶୁଣା କରୁଥିଲେ। କିନ୍ତୁ ଘର କାର୍ଯ୍ୟ ଶେଷ ହେବା ପୂର୍ବରୁ ସେ ଦୁନିଆ ଛାଡ଼ି ଚାଲିଯାଇଥିଲେ। ଘର ତିଆର କାମ ସରିବା ପରେ ଶ୍ରୀନିବାସ ଓ ତାଙ୍କ ଦୁଇ ଝିଅଙ୍କୁ ମାଧବୀଙ୍କ କଥା ମନେ ପଡ଼ିଥିଲା। ସେଥିପାଇଁ ଶ୍ରୀନିବାସ ବାଙ୍ଗାଲୁରୁର ଜଣେ ଶିଳ୍ପୀଙ୍କୁ ଯୋଗାଯୋଗ କରି ତାଙ୍କ ସାହାଯ୍ୟରେ ମାଧବୀଙ୍କ ଏକ ମହମ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ଏହି ପ୍ରତିମୂର୍ତ୍ତି ଅବିକଳ ମାଧବୀଙ୍କ ପରି ଲାଗୁଛି। ତେବେ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଆସିଥିବା ସମସ୍ତ ଅତିଥୀ ମାଧବୀଙ୍କୁ ପୁନର୍ବାର ଘରେ ଦେଖି ଚକିତ ହୋଇଯାଇଥିଲେ।