କର୍ଣ୍ଣାଟକ: କର୍ଣ୍ଣାଟକର ଉଡ୍ଡପୀ ସରକାରୀ କଲେଜରେ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ କୋର୍ଟ ପହଂଚିଯାଇଛି । କର୍ଣ୍ଣାଟକ ହାଇକୋର୍ଟ ଆଜି ହୋଇଥିବା ହିଜାବ ମାମଲାର ଶୁଣାଣୀକୁ ସେମାବାରକୁ ଘୁଞ୍ଚାଇ ଦେଇଛି । ଅର୍ଥାତ ସୋମବାର ପର୍ଯ୍ୟନ୍ତ ହିଜାବ ପିନ୍ଧି ଝିଅଙ୍କୁ କ୍ଲାସ ଯିବାକୁ ପଡ଼ିବ ନାହିଁ । କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଋତୁରାଜ ଅବସ୍ଥୀଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ ଓ ଜଷ୍ଟିସ ଜେଏମ ଖାଜୀଙ୍କ ବେଞ୍ଚ ଉକ୍ତ ମାମଲାର ଶୁଣାଣୀ କରିଛନ୍ତି ।
ସୂଚନାଯୋଗ୍ୟ, ହିଜାବ ବିବାଦକୁ ନେଇ ରାଜ୍ୟରେ ୩ ଦିନ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ କରି ଦିଆଯାଇଥିଲା । କଲେଜ ପୁଣିଥରେ ଖୋଲିବାକୁ ଆଦେଶ ପାରିତ କରିବ ବୋଲି କର୍ଣ୍ଣାଟକ ହାଇକୋର୍ଟ କହିଛି ।