ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ର ପରେ କର୍ଣ୍ଣାଟକ ନାଇଟ କର୍ଫ୍ୟୁ ଲଗାଇବା ନେଇ ଘୋଷଣା କରିଛି। ଆଜିଠୁ ଜାନୁୟାରୀ ୨ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ। ଏହାର ଅବଧି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରହିବ ବୋଲି ସୂଚନା ମିଳିଛି।

କର୍ଣ୍ଣାଟକ ସରକାର କହିଛନ୍ତି ଯେ, ‘ଆମକୁ ଅଧିକ ସତର୍କ ରହିବା ପାଇଁ ପଡ଼ିବ। ବ୍ରିଟେନରୁ ଚେନ୍ନାଇ ଆସିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ଯିଏ ବି ବାହାରୁ ଆସିବ ତାକୁ ଏୟାରପୋର୍ଟରେ ହିଁ ଯାଞ୍ଚ କରାଯିବ। ବ୍ରିଟେନ, ଡେନମାର୍କ ଓ ନେଦରଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି। କର୍ଣ୍ଣାଟକରେ କରୋନା ସଂକ୍ରମଣ ରୋକିବା ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି।’