କର୍ଣ୍ଣାଟକ ଉପନିର୍ବାଚନ ମତଦାନ ଆରମ୍ଭ, ଆସନ୍ତା ୯ରେ ହେବ ଭୋଟ ଗଣତି

କର୍ଣ୍ଣାଟକ,ଏଜେନ୍ସି: କର୍ଣ୍ଣାଟକର ୧୫ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ସେହିପରି ଆସନ୍ତା ୯ ତାରିଖରେ ଭୋଟ ଗଣତି ହେବ। ତେବେ ୧୭ ଜଣ କଂଗ୍ରେସ ଓ ଜେଡିଏସ୍ ବିଧାୟକ ଅଯୋଗ୍ୟ ଘୋଷିତ ହେବାପରେ ଏହି ପଦବୀ ଖାଲି ପଡ଼ିଛି।

୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବର୍ତ୍ତମାନ ବିଧାନସଭା ସଂଖ୍ୟା ୧୦୫ ରହିଛି। ତେବେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବ ପାଇଁ ଏହି ଉପନିର୍ବାଚନରେ ୧୫ଟି ଆସନରୁ ବିଜେପିକୁ ୬ଟି ଆସନରେ ଜିତିବାକୁ ପଡ଼ିବ। ଅପରପକ୍ଷରେ ମସ୍କି ଓ ଆରଆର ନଗରେ ନିର୍ବାଚନ ହେଉନଥିବା ଜଣାପଡ଼ିଛି।