ଏଆର ରେହମାନଙ୍କ ମା’ କରିମା ବେଗମଙ୍କ ଦେହାନ୍ତ

ଚେନ୍ନାଇ,ଏଜେନ୍ସି: ଓସ୍କାର ଆୱାର୍ଡ ବିଜେତା ତଥା ସଂଗୀତକାର ଏଆର ରେହମାନଙ୍କ ମା’ କରିମା ବେଗମଙ୍କ ଆଜି ଦେହାନ୍ତ ଘଟିଛି। ଏନେଇ ରେହମାନ ମା’ଙ୍କୁ ମନେ ପକାଇ ଟୁଇଟରରେ ତାଙ୍କ ମାଙ୍କ ଏକ ଫଟୋ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି। ଏହି ଫଟୋରେ ତାଙ୍କ ହୀତାକାଂକ୍ଷୀମାନେ ତାଙ୍କୁ ସମବେଦନା ଜଣାଇଛନ୍ତି।

ସୂଚନା ଅନୁସାରେ ଆଜି ସକାଳେ ଚେନ୍ନାଇରେ କରିମା ବେଗମଙ୍କ ଦେହାନ୍ତ ହୋଇଛି। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ରେହମାନଙ୍କ କରିମାଙ୍କ ବହୁ ନିକଟତର ଥିଲେ। ସେ ତାଙ୍କର ଏକ ସାକ୍ଷାତ କାରରେ କହିଥିଲେ କି, ସଂଗୀତ ଦୁନିଆରେ ସେ ବହୁ ନାମ ଅର୍ଜନ କରିବେ ବୋଲି ସର୍ବ ପ୍ରଥମେ ତାଙ୍କ ମାଆ କହିଥିଲେ।