ନୂଆଦିଲ୍ଲୀ, ଏଜେନ୍ସି : ବଲିଉଡ ଅଭିନେତ୍ରୀ କରୀନା କପୁର ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ସୈଫ ଅଲ୍ଲୀ ଖାନ ଓ କରୀନା ଏ ବାବଦରେ ସ୍ପଷ୍ଟ ସୂଚନା ଦେଇଛନ୍ତି। ତୈମୁର ନାମରେ କରୀନାଙ୍କର ଏକ ପୁତ୍ର ସନ୍ତାନ ଅଛନ୍ତି। କରୀନା କପୁର ଓ ସୈଫ୍ ଅଲ୍ଲୀ ଖାନ୍ ପରସ୍ପର ସହ ପାଞ୍ଚବର୍ଷ ଧରି ଡେଟିଂ କରିବା ପରେ ୧୬ ଅକ୍ଟୋବର, ୨୦୧୨ରେ ବିବାହ କରିଥିଲେ। ଏହା ପରେ କରୀନା ୨୦୧୬ରେ ପ୍ରଥମ ପୁତ୍ର ତୈମୁର ଅଲ୍ଲୀ ଖାନଙ୍କୁ ଜନ୍ମ ଦେଇଥିଲେ। କରୀନା ଖୁବଶୀଘ୍ର ‘ଲାଲ ସିଂହ ଚଢା’ରେ ଦେଖିବାକୁ ମିଳିବେ। ଏ ଫିଲ୍ମର ମୁଖ୍ୟ ନାୟକ ଭାବେ ଦେଖିବାକୁ ମିଳିବେ ଆମୀର ଖାନ। ଶେଷଥର ପାଇଁ କରୀନା ‘ଅଂଗ୍ରେଜୀ ମିଡିୟମ’ରେ ଦେଖିବାକୁ ମିଳିଥିଲେ।