ସୀତା ଭୂମିକାରେ ଅଭିନୟ କରିବା ପାଇଁ ୧୨ କୋଟି ଟଙ୍କା ଦାବି କଲେ କରୀନା

ମୁମ୍ବାଇ,ଏଜେନ୍ସି: ଅଭିନେତ୍ରୀ କରୀନା କପୁର ଖାନ୍ ବଲିଉଡ୍ ଜଗତରେ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅତ୍ୟଧିକ ଚର୍ଚ୍ଚା ହେଉଛି। ମିଳିଥିବା ରିପୋର୍ଟ ଅନୁଯାୟୀ ରାମାୟଣ ଆଧାରିତ ଅଲୌକିକ ଦେଶାଇଙ୍କ ଏକ ଚଳଚ୍ଚିତ୍ରରେ ସୀତା ଭୂମିକାରେ ଅଭିନୟ କରିବା ଲାଗି କରୀନାଙ୍କୁ ମନୋନୀତ କରାଯାଇଥିଲା। କରୀନା ଏଥିରେ ଅଭିନୟ କରିବା ପାଇଁ ୧୨ କୋଟି ଟଙ୍କା ଦାବି କରିଥିଲେ।

ସାଧାରଣତଃ କରୀନା ଯେକୌଣସି ଚଳଚ୍ଚିତ୍ରରେ ଅଭିନୟ କରିବା ଲାଗି ୬ରୁ ୮କୋଟି ଟଙ୍କା ଦାବି କରନ୍ତି। ମାତ୍ର ସୀତା ଭୂମିକାରେ ଅଭିନୟ କରିବା ନିମନ୍ତେ ତାଙ୍କୁ ସୁଟିଂ ଏବଂ ରିହର୍ସାଲରେ ୮ରୁ ୧୦ ମାସ ପର୍ଯ୍ୟନ୍ତ ସମୟ ଦେବାକୁ ପଡ଼ିଥାନ୍ତା। ତେଣୁ କରୀନା ଏଭଳି ମୋଟା ଅଙ୍କର ଅର୍ଥ ଦାବି କରିଥିଲେ। ଏବେ ସେ ସେଥିରେ ଅଭିନୟ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ବୁଦ୍ଧିଜୀବୀମାନେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କରୀନାଙ୍କୁ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି।