ବେଲପାହାଡ଼ ପୌରାଞ୍ଚଳର ବିଭିନ୍ନ ସମସ୍ୟା ଦୂରୀକରଣ ପାଇଁ କରନୀ ସେନାର ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ପୌରାଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଦୂରୀକରଣ ଦାବିରେ କରନୀ ସେନା ପକ୍ଷରୁ ବେଲାପାହାଡ଼ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବେଲପାହାଡ଼ ଏକ ପୌରାଞ୍ଚଳ ହୋଇଥିଲେ ହେଁ ଏଠାରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଛି। ତେଣୁ ଏହି ସମସ୍ୟା ଗୁଡ଼ିକୁ ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ। ବିଶେଷ ଭାବେ ପାନୀୟ ଜଳ , ରାସ୍ତାଘାଟ ଓ ପରିମଳ ସମସ୍ୟା ଆଦିକୁ ଶୀଘ୍ର ଦୂର କରାଯାଇ ଏକ ସ୍ୱଚ୍ଛ ଓ ସୁନ୍ଦର ବେଲପାହାଡ଼ ନିର୍ମାଣ କରାଯାଉ ବୋଲି କରନୀ ସେନା ପକ୍ଷରୁ ଦାବି କରାଯାଇଛି। ସେହିପରି ଶିଳ୍ପ ଏବଂ ଖଣିରେ ଭରପୁର ରହିଥିବା ବେଲପାହାଡ଼ ପୌରପରିଷଦରେ  ଡିଏମଏଫ ଏବଂ  ସିଏସଆର ପାଣ୍ଠି ଖର୍ଚ୍ଚ କରାଯାଇ ଅଧିକରୁ ଅଧିକ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି କରନୀ ସେନା କହିଛି। ଏହି ଅବସରରେ କରନୀ ସେନାର ଜିଲ୍ଲା ଯୁବ ସଭାପତି ଅମନ ମହାରାଜ, ଚନ୍ଦ୍ର ପ୍ରକାଶ ତିୱାରୀ, ବିକାଶ କୁମାର ଶର୍ମା, ଆନନ୍ଦ କୁମାର ବେହେରା, ଆକାଶ ଚକ୍ରବର୍ତ୍ତୀ ଓ ଅଭିନବ ସିଂ ପ୍ରମୁଖଙ୍କ ସହ ସଦସ୍ୟମାନେ ଉପସ୍ଥିତ ଥିଲେ।