କିସ୍ ପକ୍ଷରୁ କନ୍ୟାକିରଣ କାର୍ଯ୍ୟକ୍ରମ

ଫୁଲବାଣୀ,ଏନ୍ଏନ୍ଏସ୍: ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ଅବସରରେ ସ୍ଥାନୀୟ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ପରିସରରେ କିସ୍ ପକ୍ଷରୁ କନ୍ୟାକିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ୟା ସନ୍ତାନ ହେଉଛନ୍ତି ଏକ ଧାରାରେ କନ୍ୟା, ଭଗିନି, ମାଆ ଓ ସ୍ତ୍ରୀ। ତେଣୁ ସେମାନେ ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥିଭବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଶୋକ ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ତନୁଜା ସିଂ ଓ ଶିଶୁ ମଙ୍ଗଳ କମିଟିର ସଭ୍ୟା କଳ୍ପା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। କନ୍ଧମାଳରେ ଦଶମ ଶ୍ରେଣୀ ପରୀକ୍ଷାରେ ସମଗ୍ର ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମିନାକ୍ଷୀ ମଲିକଙ୍କୁ କନ୍ୟା କିରଣ ସମ୍ମାନରେ ଅତିଥିମାନେ ସମ୍ମାନିତ କରିଥିଲେ। ତାଙ୍କୁ ୨୦୦୦ ଟଙ୍କା ସହିତ କନ୍ୟାକିରଣ ମାନପତ୍ର ପ୍ରଦାନ କରାଯାଇଛି।