ପୁରୀର ନୂତନ ଏସପି ଭାବେ କନୱର ବିଶାଲ ସିଂଙ୍କ ଦାୟିତ୍ୱ ଗ୍ରହଣ

ପୁରୀ,ଏଜେନ୍ସି: ପୁରୀ ଜିଲ୍ଲାର ନୂତନ ଏସପି ଭାବେ କନୱର ବିଶାଲ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲ୍ଲାର ବହୁ ବରିଷ୍ଠ ପୁଲିସ ପଦାଧିକାରୀଙ୍କ ଉପସ୍ଥିତିରେ କନୱର ବିଶାଲ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି।

ପୂର୍ବରୁ ସେ ସମ୍ବଲପୁର ଏସପି ଥିଲେ। ସେହିପରି ପୂର୍ବତନ ପୁଲିସ ଅଧିକାରୀ ଅଖିଳେଶ୍ୱର ସିଂହଙ୍କୁ ଭୁବନେଶ୍ୱର ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ପୁରୀ ହାଜତରେ କଏଦୀଙ୍କ ମୃତ୍ୟୁ ମାମଲାକୁ ନେଇ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଏସପି ଅଖିଳେଶ୍ୱରଙ୍କ ବଦଳି ହୋଇଛି। ସେପଟେ ପୁରୀ ହାଜତ ମୃତ୍ୟୁ ମାମଲା ହାଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲାରେ ଶୁଣାଣି କରି ସୋମବାର ସୁଦ୍ଧା ସମସ୍ତ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି ହୋଇଛି।