ସେପ୍ଟେମ୍ବର ୨୮ରେ କଂଗ୍ରେସରେ ଯୋଗଦେବେ କହ୍ନେୟା ଓ ଜିଗ୍ନେଶ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୮ ତାରିଖରେ ସିପିଆଇ ନେତା କହ୍ନେୟା କୁମାର ଓ ବଡ଼ଗାମ ବିଧାୟକ ଜିଗନେଶ ମେବାଣୀ କଂଗ୍ରେସରେ ସାମିଲ ହେବେ। ସୂତ୍ରରୁ ଜଣାପଡ଼ିଛି କି, କହ୍ନେୟା କଂଗ୍ରେସ ପାର୍ଟିର ସମ୍ପର୍କରେ ଥିଲେ। କିଛିଦିନ ତଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ସମଗ୍ର ଦେଶର ବିଜେପି ବିରୋଧୀ ଯୁବ ନେତାଙ୍କୁ ନେଇ ନୂଆ ଟିମ୍ ପ୍ରସ୍ତୁତ କରୁଛନ୍ତି। ଏହି ଟିମରେ କହ୍ନେୟା ମୁଖ୍ୟ ସଦସ୍ୟ ହୋଇପାରନ୍ତି। ଏଥିରେ କହ୍ନେୟାଙ୍କ ଭୂମିକା ରାଷ୍ଟ୍ରୀୟସ୍ତରରେ ହେବ। ଗୁଜରାଟ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ୨ ଯୁବନେତା କହ୍ନେୟା ଓ ଜିଗ୍ନେଶ ଏବଂ କଂଗ୍ରେସ ନେତୃତ୍ୱ ମଧ୍ୟରେ ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି।