ଜୟାଙ୍କୁ ପାଲଟା ଆକ୍ରମଣ କଲେ କଙ୍ଗନା ଦେଶ- ବିଦେଶ By Nitidin On Sep 15, 2020 Share ନୂଆଦିଲ୍ଲୀ: ବଲିଉଡ଼ରେ ଡ୍ରଗ୍ସ ମାମଲା ଦିନକୁଦିନ ଗମ୍ଭୀର ହେବାରେ ଲାଗିଛି। ଅଭିନେତା ଓ ସାଂସଦ ରବି କିଶନ ଲୋକସଭାରେ ଦେଇଥିବା ବୟାନ ଉପରେ ଜୟା ବଚ୍ଚନ ବର୍ଷିବା ପରେ ଏବେ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। କଙ୍ଗନା ଟ୍ୱିଟ୍ କରି କହିଛନ୍ତି ଯେ, ‘ଜୟା ଜୀ ଯଦି ମୋ ଜାଗାରେ ଆପଣଙ୍କ ଝିଅ ଶ୍ୱେତା ନନ୍ଦା ବଚ୍ଚନଙ୍କୁ କମ୍ ବୟସରେ ମାରପିଟ କରି ଜବରଦସ୍ତ ଡ୍ରଗ୍ସ ଦିଆଯାଇ ଶୋଷଣ କରାଯାଇଥାନ୍ତା ସେତେବେଳେ ବି କ’ଣ ଆପଣ ଏପରି କହିଥାନ୍ତେ ? ଆଉ ଅଭିଷେକଙ୍କୁ ଡରାଇ ଓ ଶୋଷଣ କରି ଯଦି ଦିନେ ଫାଶୀରେ ଟାଙ୍ଗି ଦିଆଯାଇଥାନ୍ତା ସେତେବେଳେ କ’ଣ ଆପଣ ସମାନ କଥା କହିଥାନ୍ତେ? ଆମ ପ୍ରତି ବି ଟିକେ ସମାନ ଦୟାଭାବ ରଖନ୍ତୁ।’ Share