ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦଭାବ ସମିତି ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ସମନ ଜାରି କରିଛନ୍ତି। ଡିସେମ୍ବର ୬ ତାରିଖ ଅପରାହ୍ନ ୧୨ଟା ସୁଦ୍ଧା ସମିତି ସମ୍ମୁଖରେ ହାଜର ହେବା ଲାଗି କଙ୍ଗନାଙ୍କୁ କୁହାଯାଇଛି। କଙ୍ଗନା ଇନଷ୍ଟାଗ୍ରାମରେ ଶିଖ ସମୁଦାୟ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବାରୁ ସମନ ଜାରି କରାଯାଇଛି। ଏହି ସମିତିର ଅଧ୍ୟକ୍ଷ ହେଉଛନ୍ତି ଆପ୍ ବିଧାୟକ ରାଘବ ଚଢ଼ା।
ସୂଚନାଯୋଗ୍ୟ, ଦିଲ୍ଲୀ ଶିଖ ଗୁରୁଦ୍ୱାର ପ୍ରବନ୍ଧକ ସମିତି ମନ୍ଦିର ମାର୍ଗ ଥାନାର ସାଇବର ସେଲରେ ଅଭିଯୋଗ ଦାୟର କରିଥିଲେ। ଇନଷ୍ଟ୍ରାଗ୍ରାମ ପୋଷ୍ଟରେ କୃଷକଙ୍କ ପ୍ରଦର୍ଶନକୁ କଙ୍ଗନା ଖାଲିସ୍ତାନୀ ଆନ୍ଦୋଳନ କହିଛନ୍ତି। ଏଥିସହିତ ଶିଖ ସମୁଦାୟର ଛବିକୁ ମଳିନ କରୁଥିବା ଭାଷା ବ୍ୟବହାର କରିଥିବା ସମିତି ପକ୍ଷରୁ କୁହାଯାଇଛି।