ପୁଣି କଙ୍ଗାରୁ କୋର୍ଟ : ଛେଳି ଚୋର ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

କରଞ୍ଜିଆ : ପୁଣି ଦେଖାଦେଇଛି କଙ୍ଗାରୁ କୋର୍ଟ । ଛେଳି ଚୋର ଅଭିଯୋଗରେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ। ଘଟଣାଟି ଘଟଛି, କେନ୍ଦୁଝର ଜିଲ୍ଲା କରଞ୍ଜିଆ ରରୁଆଁ ଥାନା ଡାହାଣିଗାଡ଼ିଆ ଗାଁରେ । ଯୁବକ ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ସାହରବଡ଼ା ବ୍ଲକ ଆହରପଡ଼ା ଗାଁର।
ସୂଚନା ଅନୁଯାୟୀ, ରରୁଆଁ ଥାନା ଅଚଂଳ ଡାହାଣିଗଡ଼ିଆ ଗାଁରେ ଛେଳି ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ ବସାଇଥିଲେ। ଛେଳି ଚୋରି କରିଥିବା ଅଭିଯୋଗରେ ଗାଁ ଦାଣ୍ଡରେ ନିସ୍ତୁକ ପିଟିଥିଲେ।