କଙ୍ଗନା ଏବଂ ଭଉଣୀ ରଙ୍ଗୋଲୀଙ୍କୁ ପୁଣିଥରେ ସମନ

ମୁମ୍ବାଇ,ଏଜେନ୍ସି: ସୋସିଆଲ୍ ମିଡ଼ିଆରେ ସାମ୍ପ୍ରଦାୟିକ ହିଂସା ଉସୁକାଇବା ଭଳି ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ମୁମ୍ବାଇ ପୁଲିସ ପକ୍ଷରୁ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଭଉଣୀ ରଙ୍ଗୋଲୀ ଚାନ୍ଦେଲକୁ ତୃତୀୟଥର ପାଇଁ ସମନ ପଠାଯାଇଛି। କଙ୍ଗନା ଏବଂ ରଙ୍ଗୋଲୀଙ୍କୁ ଯଥାକ୍ରମେ ନଭେମ୍ବର ୨୩ ଏବଂ ୨୪ରେ ବାନ୍ଦ୍ରା ପୁଲିସ ନିକଟରେ ହାଜର ହେବାକୁ ସମନରେ କୁହାଯାଇଛି। ପ୍ରଥମଥର ପାଇଁ ଅକ୍ଟୋବର ୨୧ରେ କଙ୍ଗନାଙ୍କୁ ସମନ ପଠାଯାଇଥିଲା। ଏହାପୂର୍ବରୁ ୨୬-୨୭ ଅକ୍ଟୋବର ଏବଂ ୯-୧୦ନଭେମ୍ବରରେ ପୁଲିସ ନିକଟରେ ହାଜର ହେବାକୁ ତାଙ୍କୁ ସମନ ପଠାଯାଇଥିଲା। ତେବେ ପରିବାରରେ ବିବାହ ଉତ୍ସବ ଚାଲିଥିବାରୁ କଙ୍ଗନା ବର୍ତ୍ତମାନ ହିମାଚଳପ୍ରଦେଶରେ ଅଛନ୍ତି। ନଭେମ୍ବର ୧୫ ପରେ ସେ ହାଜର ହୋଇପାରିବେ ବୋଲି କଙ୍ଗନାଙ୍କ ଓକିଲ ପୁଲିସକୁ ଜବାବ କହିଥିଲେ।