ହ୍ରିତିକ ରୋଶନଙ୍କୁ ସମନ ମିଳିବା ପରେ କଙ୍ଗନାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଓ ବଲିଉଡ କୁଇନ କଙ୍ଗନା ରନାୱତଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ଶେଷ ହେବାର ନାଁ ନେଉନାହିଁ। ଏବେ ଏହି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ହ୍ରିତିକଙ୍କୁ ସମନ ଜାରି କରିଛି। ହ୍ରିତିକଙ୍କୁ ଫେବୃଆରୀ ୨୭ରେ କ୍ରାଇମବ୍ରାଞ୍ଚର କ୍ରିମିନାଲ ଇଣ୍ଟଲିଜେନ୍ସ ୟୁନିଟରେ ବୟାନ ଦେବାକୁ ପଡ଼ିବ। ଏହି ମାମଲାରେ ଏବେ କଙ୍ଗନାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। କଙ୍ଗନା ଟ୍ୱିଟ ମାଧ୍ୟମରେ ହ୍ରିତିକଙ୍କୁ ଟାର୍ଗେଟ କରିଛନ୍ତି।

କଙ୍ଗନା ଲେଖିଛନ୍ତି ଯେ, ‘ଦୁନିଆ କେଉଁଠାରୁ କେଉଁଠି ପହଁଚିଗଲାଣି କିନ୍ତୁ ମୋର ପୂର୍ବତନ ବୟଫ୍ରେଣ୍ଡ ଏବେ ବି ସେଠାରେ ରହିଯାଇଛନ୍ତି ଯେଉଁ ସମୟ ଆଉ କେବେ ବି ଫେରିକି ଆସିବ ନାହିଁ।’

ସୂଚନାଯୋଗ୍ୟ, କଙ୍ଗାନଙ୍କ ସହ ଜଡ଼ିତ ଇ-ମେଲ୍ ମାମଲାରେ ହ୍ରିତିକଙ୍କୁ ୨୦୧୬ରେ ସମନ ଜାରି ହୋଇଥିଲା। କିନ୍ତୁ ୨୦୨୦ ଡିସେମ୍ବରରେ ୪ ବର୍ଷ ପୁରୁଣା ମାମଲାକୁ କ୍ରାଇମବ୍ରାଞ୍ଚର କ୍ରିମିନାଲ ଇଣ୍ଟଲିଜେନ୍ସ ୟୁନିଟକୁ ଟ୍ରାନ୍ସଫର କରାଯାଇଥିଲା। ଏହି ମାମଲାକୁ ପ୍ରଥମେ ସାଇବର ପୁଲିସ ଯାଞ୍ଚ କରୁଥିଲା।