କଙ୍ଗନାଙ୍କ ବିରୋଧରେ ଜାମିନଯୁକ୍ତ ପରୱାନା ଜାରି

ମୁମ୍ବାଇ,ଏଜେନ୍ସି: ମୁମ୍ବାଇର ଅନ୍ଧେରୀସ୍ଥିତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ସୋମବାର ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବିରୋଧରେ ଜାମିନଯୁକ୍ତ ପରୱାନା ଜାରି କରିଛନ୍ତି। ସୂଚନାଯୋଗ୍ୟ କଙ୍ଗନାଙ୍କ ବିରୋଧରେ ବଲିଉଡ୍ ଗୀତିକାର ଜାଭେଦ ଅଖତାର ଏକ ମାନହାନି ମୋକଦ୍ଦମା ରୁଜୁ କରିଥିଲେ। ତଦନୁଯାୟୀ କଙ୍ଗନାଙ୍କୁ ମାର୍ଚ୍ଚ ୧ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସୋମବାର କଙ୍ଗନା ଅନୁପସ୍ଥିତ ରହିବା ଫଳରେ ବିଚାରପତି ତାଙ୍କ ବିରୋଧରେ ଜାମିନଯୁକ୍ତ ପରୱାନା ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୨କୁ ଧାର୍ଯ୍ୟ କରାଯାଇଛି।

Long-term rates are available. cialis price Ask about our bicycle hire while staying at Parkside.