ଆଜି ୫୦ ପଜିଟିଭ ଚିହ୍ନଟ ,ଫୁଲବାଣୀରେ ଉଦଘାଟିତ ହେଲା କୋଭିଡ୍-୧୯ ପରୀକ୍ଷାଗାର

ଫୁଲବାଣୀ,ଜି.ଉଦୟଗିରି,ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳରେ ଆଜି ଜଣ ୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୭ରେ ପହଞ୍ଚିଛି। ଜିଲ୍ଲାରୁ ଚିହ୍ନଟ ସମସ୍ତ ୫୨୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦୯ ଜଣ ସୁସ୍ଥହୋଇ ଫେରିଛନ୍ତି। ଅନ୍ୟପକ୍ଷରେ ଆଜି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ କୋଭିନ୍ -୧୯ ପରୀକ୍ଷାଗାର ଉଦଘାଟିତ ହୋଇଛି। ପୂର୍ବରୁ କନ୍ଧମାଳ ଜିଲ୍ଲାରେ ଯେଉଁ ସ୍ୱାର୍ବ ସଂଗ୍ରହ କରାଯାଉଥିଲା ତାହା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଉଥିବା ଯୋଗୁଁ ଉକ୍ତ ରିପୋର୍ଟ ମିଳିବାରେ ପ୍ରାୟ ଏକ ସପ୍ତାହ ଲାଗିଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି କୋଭିଡ-୧୯ ପରୀକ୍ଷାଗାର। ଏହାକୁ କନ୍ଧମାଳ ସିଡ଼ିଏମଓ ଡ.ରାଜଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.କଲ୍ୟାଣି ମିଶ୍ର, ଜିଲ୍ଲା ସ୍ୱାସ୍ଥ୍ୟ କଲ୍ୟାଣ ଅଧିକାରୀ ଡ଼. ପ୍ରସନ୍ନ କୁମାର ତ୍ରିପାଠୀ ଓ ଡ଼ିଏମଆରସିଏଚ ଆଶିଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଫୁଲବାଣୀ ଠାରେ ଉଦ୍ଘାଟିତ ହୋଇଥିବା ଉକ୍ତ ପରୀକ୍ଷାଗାରେ ପ୍ରତ୍ୟେକ ଦିନ ୨୦ ରୁ ୩୦ଟି ସ୍ୱାର୍ବ ପରୀକ୍ଷା କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।