ପରଲୋକରେ କନ୍ଧମାଳର ପୂର୍ବତନ ସାଂସଦ ସୁଗ୍ରୀବ ସିଂ

କନ୍ଧମାଳ,ଏନ୍ଏନ୍ଏସ୍: ଜିଲ୍ଲା ପୂର୍ବତନ ସାଂସଦ ତଥା ବିଜେଡି ନେତା ସୁଗ୍ରୀବ ସିଂଙ୍କ ଦେହାନ୍ତ ଘଟିଛି। ଗତକାଲି ଅସୁସ୍ଥତା କାରଣରୁ ଭୁବନେଶ୍ୱର କିମ୍ସ ମେଡିକାଲରେ ଚିକିତ୍ସିତ ହେଉଥିଲେ ପୂର୍ବତନ ସାଂସଦ ସୁଗ୍ରୀବ ସିଂ।

ସୂଚନା ଅନୁସାରେ, ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କିମ୍ସରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଭର୍ତ୍ତି ହେବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ତାଙ୍କଠାରେ କରୋନା ଲକ୍ଷଣ ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସାଂସଦ ଭାବରେ କାର୍ଯ୍ୟ ତୁଲାଇଥିଲେ। ପରେ ସେ ବିଜେଡି ଦଳରେ କାମ କରୁଥିଲେ ହେଁ ଟିକେଟ ପାଇନଥିଲେ। ସେ ଭୁବନେଶ୍ୱରରେ ରହୁଥିଲେ। ବିଜେଡି କର୍ମୀ ଭାବରେ ସେ ଦଳରେ ସକ୍ରିୟ ରହିଥିଲେ। ତାଙ୍କ ଅକାଳ ବିୟୋଗରେ ଜିଲ୍ଲା ତଥା ଦଳର ଅନେକ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।