ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କନକବର୍ଦ୍ଧନ ସିଂଦେଓ

ସଇଁନ୍ତଳା,ଏନ୍‌ଏନ୍‌ଏସ୍‌: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ଗାଁ ଉତ୍ସବମୁଖର ହୋଇ ଉଠିଛି । ଭୋଟ ହାତେଇବା ପାଇଁ ସବୁଠି ନେତାଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହେଉଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକର ୩୦ ନମ୍ବର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ସୁପେତ ବାଗ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେବେ ଆଜି ପୂର୍ବତନ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ତାଙ୍କର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳିଛି । ଏହି ସମୟେରେ ବିଜେପିର ବରିଷ୍ଠ ନେତା ମହେନ୍ଦ୍ର ଠାକୁର ଓ ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ସମେତ ବିଜେପିର ଶତାଧିକ କର୍ମୀ ସାମିଲ ହୋଇଥିଲେ ।