ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଡେମୋକ୍ରେଟିକ ପାର୍ଟି ପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ କମଳା ହେରିସ ମନୋନୀତ

ୱାସିଂଟନ,ଏଜେନ୍ସି: ୨୦୨୦ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ଉପରାଷ୍ଟ୍ରପତି ପଦ ପାଇଁ କମଳା ହେରିସଙ୍କୁ ଚୟନ କରିଛନ୍ତି। ଡେମୋକ୍ରେଟିକ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ସେ ଲେଖିଛନ୍ତି ଯେ, ମୋତେ ଗର୍ବ ଅନୁଭବ ହେଉଛି ଯେ, ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥିନୀ ଭାବ‌େ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍‌ଙ୍କୁ ଚୟନ କରାଯାଇଛି। କମଳାଙ୍କ ମାଆ ହେଉଛନ୍ତି ଚେନ୍ନାଇର ଶ୍ୟାମଳା ଗୋପାଳନ ହ୍ୟାରିସ୍। ସେ କର୍କଟ ରୋଗ ଗବେଷିକା ଥିଲେ ଓ ୨୦୦୯ରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। କମଳାଙ୍କ ବାପା ଜାମାଇକା ଅଧିବାସୀ ଡୋନାଲଡ୍‌ ହ୍ୟାରିସ୍‌ ଷ୍ଟାନ‌ଫୋର୍ଡ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରନ୍ତି।