ଆୟକର ବିଭାଗ ଜାଲରେ କଳକୀ ବାବା, ୫୦୦ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,ଏଜେନ୍ସି: ଆୟକର ବିଭାଗ ପକ୍ଷରୁ ଶନିବାର କଳକୀ ଭଗବାନଙ୍କ ବିଭିନ୍ନ ଆଶ୍ରମରେ ଚଢ଼ଉ କରାଯାଇ ପ୍ରାୟ ୫୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହି ଚଢ଼ଉରେ ତାଙ୍କ ନିକଟରୁ ୯୦କେଜି ସୁନା ଅଳଙ୍କାର ମିଳିଛି, ଯାହାର ଆନୁମାନିକ ମୂଲ୍ୟ ୨୬କୋଟି ହେବ। ଏଥି ସହ ତାଙ୍କ ନିକଟରୁ ହୀରା ଅଳଙ୍କାର ଓ ୪୪କୋଟି ନଗଦ ଟଙ୍କା ଜବତ ହୋଇଛି।

ସେହିପରି ୧୮କୋଟି ଟଙ୍କାରବୈଦେଶିକ ମୁଦ୍ରା ମଧ୍ୟ ଜବତ ହୋଇଛି। ତେବେ ବାବା ଜଣଙ୍କ ଟ୍ୟାକ୍ସ ଫାଙ୍କୁ ଥିବା ଅଭିଯୋଗରେ ଆୟକର ବିଭାଗ ଚଢ଼ଉ କରିଥିଲା। ସେହିପରି ତାଙ୍କର ବିଦେଶରେ ଅନେକ ସମ୍ପତ୍ତି ଥିବା ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି। ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁର ସମେତ ୪୦ଟି ସ୍ଥାନରେ ଚଢ଼ଉ କରାଯାଇଛି।

ସୂଚନା ଅନୁଯାୟୀ କଳକୀ ବାବା ସୁସ୍ଥ ରହିବାର କୋର୍ସ ନାମରେ ଏକ ପାଠ୍ୟକ୍ରମ ଚଳାଉ ଥିଲେ, ଯେଉଁଥିରେ ଦେଶ ତଥା ଦେଶ ବାହାରୁ ବହୁ ଲୋକ ନାମ ଲେଖାଇଛନ୍ତି। ତେବେ କ୍ରୀଡ଼ା  ଓ କଂଷ୍ଟ୍ରକ୍ସନରେ ବାବା ସମ୍ପୃକ୍ତ ଥିବା ବେଳେ ବିଦେଶରେ ମଧ୍ୟ ବାବାଙ୍କ କାରବାର ଚାଲୁଥିବା ଜଣାଯାଇଛି।