ଏସାର୍ ଷ୍ଟିଲକୁ ‘କଳିଙ୍ଗ ସେଫ୍ଟି ଏକ୍ସିଲେନ୍ସ ଆୱାର୍ଡ’: ଡ. କିରଣକାନ୍ତି ପଣ୍ଡାଙ୍କୁ ‘ବେଷ୍ଟ୍ ସେଫ୍ଟି ଅଫିସର ଆୱାର୍ଡ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଅନୁଷ୍ଠିତ ଓଡ଼ିଶା ଷ୍ଟେଟ୍ ସେଫ୍ଟି କନକ୍ଲେଭ୍ (ଓଏସଏସସି) ୨୦୧୯ରେ ରୌପ୍ୟବର୍ଗରେ ୨୦୧୮ ପାଇଁ ଏସାର୍ ଷ୍ଟିଲ୍ ଇଣ୍ଡିଆ ଲିମିଟେଡ୍ (ଇଏସଟିଆଇଏଲ୍)ର ପାରାଦୀପ ପେଲେଟ୍ ପ୍ଲାଣ୍ଟକୁ ‘କଳିଙ୍ଗ ସେଫ୍ଟି ଏକ୍ସିଲେନ୍ସ ଆୱାର୍ଡ’ ମିଳିଛି। ଓଏସଡିଏମଏ ପ୍ରିନ୍ସିପାଲ୍ ସେକ୍ରେଟାରୀର ରୁରାଲ୍ ଡେଭେଲପମେଣ୍ଟ୍ ତଥା ସ୍ପେସାଲ୍ ରିଲିଫ୍ କମିଶନର୍ ଏବଂ ଏମଡି ପ୍ରଦୀପ କୁମାର ଜେନା ପାରାଦୀପସ୍ଥିତ ପେଲେଟ୍ ପ୍ଲାଣ୍ଟରେ ସର୍ବୋତ୍ତମ ସୁରକ୍ଷା କାର୍ଯ୍ୟକ୍ରମକୁ ବଜାୟ ରଖିବା କ୍ଷେତ୍ରରେ ଅନୁକରଣୀୟ ପ୍ରଚେଷ୍ଟା ପାଇଁ ଏସାର୍ ଷ୍ଟିଲ୍ ଓଡ଼ିଶା ଅପରେସନ୍ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଟିଏସ୍ ଶାମ୍ଭୋଗ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଏହି ଉତ୍ସବରେ ଆଇଏଏସ୍, ଲେବର କମିଶନର୍ ତଥା ଡାଇରେକ୍ଟର ଅଫ୍ ଫ୍ୟାକ୍ଟ୍ରିଜ୍ ଆଣ୍ଡ୍ ବଏଲର୍ସ ନିରଞ୍ଜନ ସାହୁ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନଭିରନମେଣ୍ଟ୍ ସର୍ଭିସେସ୍ (ଆଇକ୍ୟୁଏମଏସ୍)ର ସିଇଓ ଦେବବ୍ରତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏସାର୍ ଷ୍ଟିଲ୍ର ମୁଖ୍ୟ-ଏଚ୍ଏସ୍ଇ ଡ. କିରଣକାନ୍ତି ପଣ୍ଡାଙ୍କୁ ୨୦୧୮ ପାଇଁ ‘ବେଷ୍ଟ୍ ସେଫ୍ଟି ଅଫିସର୍ ଆୱାର୍ଡ’ ପ୍ରଦାନ କରାଯାଇଛି।

ସୁରକ୍ଷା କ୍ଷେତ୍ରରେ ଅସାଧାରଣ ଉପଲବ୍ଧି ପାଇଁ ସେ ଏହି ପୁରସ୍କାରର ଅଧିକାରୀ ହୋଇଛନ୍ତି। ଏହି ସେଫ୍ଟି କନକ୍ଲେଭରେ ଡ. ପଣ୍ଡା ଏକ ପ୍ରେଜେଣ୍ଟେସନ୍ ପ୍ରଦର୍ଶିତ କରିଥିଲେ। ଏହା ପାରାଦୀପସ୍ଥିତ ପେଲେଟ୍ ପ୍ଲାଣ୍ଟ୍ର ୪୦/୫୦ ଏମ୍ଭିଏ ପାୱାର୍ ଟ୍ରାନ୍ସଫର୍ରେ ଅଗ୍ନି ଉପରେ ଏକ କେସ୍ ଷ୍ଟଡି ଥିଲା। ହାଇଦ୍ରାବାଦର ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଏଣ୍ଟର୍ପ୍ରାଇଜ୍ ଏବଂ ଭୁବନନେଶ୍ୱରସ୍ଥିତ ଓଡ଼ିଶା ଷ୍ଟେଟ୍ ପ୍ରଡକ୍ଟିଭିଟି କାଉନସିଲ୍ (ଓଏସଏସପିସିବି) ସହଯୋଗରେ ଆଇକ୍ୟୁଇଏମଏସ୍ ଦ୍ୱରା ଏହି କନକ୍ଲେଭର ଆୟୋଜନ କରାଯାଇଥିଲା। ୨୦୧୮ ପାଇଁ ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ପରିବେଶ (ଏଚଏସଇ) କ୍ଷେତ୍ରରେ ସର୍ବୋତ୍ତମ କାର୍ଯ୍ୟ ଏବଂ ଉତ୍କର୍ଷତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।