ସୁସ୍ଥ ହେଲେ କଳାହାଣ୍ଡିର କରୋନା ଆକ୍ରାନ୍ତ

ଭୁବନେଶ୍ଵର,ଏନ୍ଏନ୍ଏସ୍: ପୁଣି ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ସୁସ୍ଥ ହେଲେ କଳାହାଣ୍ଡିର କରୋନା ଆକ୍ରାନ୍ତ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି ।

କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି କରୋନା ଆକ୍ରାନ୍ତ ଯୁବକ ସୁସ୍ଥ ହୋଇଥିବା ଓ ତାଙ୍କର ନମୂନା ନେଗେଟିଭ ଆସିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଟ୍ୱିଟ୍‌ ଜରିଆରେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଦିଆଯାଇଛି।

ଏହାକୁ ନେଇ ରାଜ୍ୟରେ ମୋଟ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ । ପ୍ରଥମେ ୨ ଜଣ ଏବଂ ପରେ ଏକାଥରେ ୧୦ ଜଣ ସୁସ୍ଥ ହୋଇଥିଲେ। ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ସୀମିତ ରହିଛି।