ଚାଷୀଙ୍କ ଖାତାରେ କାଳିଆ ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଚାଷୀଙ୍କ ଖାତାରେ କାଳିଆ କିସ୍ତି ଟଙ୍କା ଜମା କରିଛନ୍ତି। ଚାଷୀଙ୍କ ଖାତାକୁ ମୋଟ ୯୨୦ କୋଟି ଟଙ୍କା ଯାଇଥିବା ସୂଚନା ମିଳିଛି। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ଏହି ଟଙ୍କା ଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ଚାଷୀଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା ପଠାଯାଇଛି। ଦେଶର ୯.୫ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଦିଆଯାଇଛି । ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ।