କାଳିଆ ଯୋଜନାରେ ହିତାଧିକାରୀଙ୍କ ତାଲିକାକୁ ନେଇ ବିଜେପି ବର୍ଷିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କାଳିଆ ଯୋଜନାର ତାଲିକାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଏ ନେଇ ଏକ ପ୍ରେସମିଟରେ ବିଜେପି ସ୍ଥାନୀୟ ବିଜେଡି ନେତାଙ୍କ ସୁପାରିଶରେ ଏହି ତାଲିକା ପ୍ରସ୍ତୁତ ହୋଇଥିବା କହିଛି। ସେହିପରି ଏହାର  ତଦନ୍ତ ଏକ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା କରାଯିବାକୁ ଦାବି କରିଛନ୍ତି।

ଅନ୍ୟପଟେ ଏହି କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩ଲକ୍ଷ ୪୧ ହଜାର ନୁହେଁ ପ୍ରାୟ ୨୦ ଲକ୍ଷ ହେବବୋଲି ଶ୍ରୀ ହରିଚନ୍ଦନ ପ୍ରେସମିଟରେ କହିଛନ୍ତି। ଏଥିରେ ୧୭୦କୋଟିଟଙ୍କା ଅପବ୍ୟୟ ହୋଇଛି। ତେବେ ଏହି ତାଲିକା ଚୟନ ପ୍ରକ୍ରିୟାରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ଦରମାରୁ ଏହି ଟଙ୍କା  ଆଦାୟ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି। ତେବେ ଏ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।