‘କାଳିଆ’ ଯୋଜନାରେ ଅଯୋଗ୍ୟଙ୍କ ସଂଖ୍ୟା ଲକ୍ଷେ ପାର୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ଚାଷୀଙ୍କ ପାଇଁ। ବର୍ତ୍ତମାନ ଏହି ଯୋଜନାରେ ଅଯୋଗ୍ୟ ଆବେଦନକାରୀଙ୍କ ସଂଖ୍ୟା ଲକ୍ଷେ ଟପିଛି। ଆଜି ବିଧାନସଭାରେ ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ‘କାଳିଆ’ ଯୋଜନାରେ ୧ ଲକ୍ଷ ୪ ହଜାର ୭୬ ଆବେଦକ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ସେହିପରି ୫୬ ଲକ୍ଷ ୧୪ ହଜାର ୭୦୭ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି।

ସେପଟେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତର ରଖି ‘କାଳିଆ’ ଯୋଜନାରେ ୩୬ ଲକ୍ଷ ୫୦ ହଜାର ୮୭୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୭ ଲକ୍ଷ ୪ ହଜାର ୭୩୩ ଜଣ ଭୂମିହୀନ କୃଷକ ପରିବାର ସାମିଲ ହୋଇଛନ୍ତି। ସେହିପରି ଅନ୍ତର୍ଭୁକ୍ତ ହୋଇନଥିବା ଚାଷୀ ‘କାଳିଆ’ ୱେବ ପୋର୍ଟାଲରେ ଆବେଦନ କରିପାରିବେ। ଏଥିସହିତ କାଳିଆ ଯୋଜନାରେ ସାମିଲ ଥିବା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ଚାଲିଥିବା କୃଷି ମନ୍ତ୍ରୀ କହିଛନ୍ତି।