ଜିଲ୍ଲାରେ ୫୩୬୪ ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରୁ କାଳିଆ ଯୋଜନାରେ ଲାଭ ପାଇଥିବା ୫୩୬୪ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ପାଇଁ ନୋଟିସ ହୋଇଛି। କପ୍ତିପଦା ବ୍ଲକରେ ସର୍ବାଧିକ ୫୭୦, ଉଦଳା ବ୍ଲକରେ ୫୦୦, ବେତନଟୀ-୩୭୦, ଗୋପବନ୍ଧୁନଗର- ୩୫୧, ମୋରଡ଼ା- ୩୨୫, ବଡ଼ସାହି-୩୧୩, ଶାମାଖୁଣ୍ଟା-୨୨୦, ଠାକୁରମୁଣ୍ଡା-୨୦୪, ରାସଗୋବିନ୍ଦପୁର-୧୯୯, ବାଙ୍ଗିରିପୋଷି- ୧୮୩, ଖୁଣ୍ଟା- ୧୮୨, କୁଳିଅଣା-୧୫୮, ଜାମଦା- ୧୫୬, ରରୁଆଁ- ୧୫୪, ବିଶୋଇ- ୧୪୮, ସାରସକଣା- ୧୪୬, ବହଳଦା ୧୪୪, ଶୁଳିଆପଦା ୧୪୦, ଯଶୀପୁର- ୧୩୨, କୁସୁମୀ- ୧୨୯, କରିଆ- ୧୨୩, ଶୁକୃଳି ୧୨୦, ବାରିପଦା- ୧୦୯, ରାଇରଙ୍ଗପୁର- ୧୦୫, ବିଜାତୋଳା- ୯୯ ଓ ତିରିଂ ବ୍ଲକରେ ସର୍ବନିମ୍ନ ୮୪ ଜଣ ଅଯୋଗ୍ୟ ହିତାଧିକାରୀ ରହିଥିବା ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇ କାଳିଆ ଯୋଜନାରୁ ପାଇଥିବା ଟଙ୍କା ଫେରାଇବା ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲା କୃଷି ବିଭାଗ ଅଧିକାରୀ ବିଭାଗୀୟ ୱେବ ସାଇଟକୁ ଯାଇ ମାର୍ଗଦର୍ଶିକାକୁ ଡ଼ାଉନଲୋଡ଼ କରିବାପରେ ଜିଲ୍ଲାର ପ୍ରତ୍ୟେକ ବ୍ଲକସ୍ତରରେ ବ୍ଲକ କୃଷି ଅଧିକାରୀ  ଗ୍ରାମସେବକମାନଙ୍କ ଜରିଆରେ ପ୍ରତ୍ୟେକ ଚାଷୀଙ୍କୁ ଦୁଇଟି ଲେଖାଏଁ ନୋଟିସ ଜାରି କରିବେ। ଗୋଟିଏରେ ଚାଷୀ ନୋଟିସ ପାଇଲେ ବୋଲି ସ୍ୱାକ୍ଷର କରି ଗ୍ରାମସେବଙ୍କୁ ପ୍ରଦାନ କରିବେ ବୋଲି କୁହାଯାଇଛି।