କାଳିଆକୁ ଝୁରୁଛନ୍ତି ୨ ବଡ଼ଭାଇ

ଫିରିଙ୍ଗିଆ,ଏନ୍ଏନ୍ଏସ୍: ଗତ ୩ ମାସ ତଲେ କଟକ ଯାଇ ଭେଟିଥିଲେ ଡ଼ାକ୍ତରଖାନାରେ। ଯେଉଁ କିଛି ଘଣ୍ଟା ସେଠାରେ ରହିଥିଲେ ବଡ଼ ଦୁଇଭାଇ ଅଜିତ୍ କହଁର ଓ ସତ୍ୟ କହଁର ବେଶ୍ ହସଖୁସିରେ ସମୟ କାଟିଥିଲେ ଜଗା-କାଳିଆ ସହିତ। ତେବେ ହଠାତ୍ ବୁଧବାର କାଳିଆର ମୃତ୍ୟୁ ହୋଇଥିବା ଖବର ପାଇ ଭାଙ୍ଗିପଡ଼ିଛନ୍ତି ଅଜିତ୍ , ସତ୍ୟ, ଜେଜେବାପା ଓ ଜେଜେମାଆ। ବଡ଼ଭାଇ ଅଜିତ୍ ୭ମ ଶ୍ରେଣୀରେ ପଢୁଥିବା ବେଳେ ସାନଭାଇ ସତ୍ୟ ୪ର୍ଥ ଶ୍ରେଣୀରେ ପଢୁଛନ୍ତି। ଦିଲ୍ଲୀରୁ ଫେରିବା ପରେ ୨ ଭାଇ ଯାଇ ଗତ ୧୪ ମାସ ତଳେ ଭେଟିଥିଲେ ତାଙ୍କର ଜୋଡ଼ାମୁଣ୍ଡା ଭାଇ ଜଗା-ବଳିଆଙ୍କୁ। ଜନ୍ମରୁ ନିଜର ୨ ସାନ ଭାଇଙ୍କୁ ଜୋଡ଼ାମୁଣ୍ଡରେ ଦେଖିଥିଲେ। ଆଜି ସକାଳୁ ହଠାତ୍ ଘରେ ପାଖରେ ମହାପ୍ରଣାୟ ଗାଡ଼ି ପହଞ୍ଚିବା ପରେ ସେ କୋହ ସମ୍ଭାଳି ପାରିନଥିଲା ଦୁଇ ଭାଇ।